ଦଳିତ ଯୁବକଙ୍କୁ ହତ୍ୟା

ଅହମ୍ମଦାବାଦ: ଦଶହରାରେ ଗରବା ନୃତ୍ୟରେ ସାମିଲ ହୋଇଥିବା ଜଣେ ଦଳିତ ଯୁବକଙ୍କୁ ହତ୍ୟା କରଯାଇଥିବା ଅଭିଯୋଗ ହୋଇଛି। ଗୁଜରାଟ ଆନନ୍ଦ ଜିଲ୍ଲା ଭଡ଼ରାନିଆ ଗାଁରୁ ଆସିଛି ଏପରି ଅଭିଯୋଗ। ମୃତକ ହେଉଛନ୍ତି ଜୟଶ ଶୋଲଙ୍କି। ସେ ନିଜ ଭାଇ ସହ ଗରବା ନୃତ୍ୟ ଦେଖିବାକୁ ଆସିଥିଲେ। ଏହି ସମୟରେ ଜାତିଆଣ ଆକ୍ଷେପ ହୋଇଥିଲା। ଏହାପରେ ତାଙ୍କ ଉପରେ ଗାଁର କିଛି ଯୁବକ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଜୟଶଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ତଦନ୍ତ କରି ପୋଲିସ ୪ ଜଣଙ୍କୁ ଗିରଫ କରିଛି।