ଜନ୍ମ ପରେ ଆଧାର, ମୃତ୍ୟୁ ପରେ ବି ଆଧାର …

ନୂଆଦିଲ୍ଲୀ: ଆଧାର କାର୍ଡ ଜନ୍ମ ପରେ ବି ମୃତ୍ୟୁ ପରେ ବି। ଏପରି କହିବାର କାରଣ ହେଲେ ମୃତ୍ୟୁ ପରେ ମଧ୍ୟ ଆପଣଙ୍କ କାମରେ ଆସିବ ଆଧାର କାର୍ଡ। ଆଧାର କାର୍ଡ ନଥିଲେ ମୃତ୍ୟୁ ପ୍ରମାଣପତ୍ର ମିଳିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର। ଯଦି ଆଧାର କାର୍ଡ ତିଆରି କରିନାହାନ୍ତି, ତେବେ ତୁରନ୍ତ ବନାଇ ନିଅନ୍ତୁ। ନହେଲେ ପରିବାର ଲୋକଙ୍କୁ ଆପଣଙ୍କ ମୃତ୍ୟୁ ପ୍ରମାଣପତ୍ର ମିଳିବ ନାହିଁ।

ସରକାରଙ୍କ ଆଦେଶ ମୁତାବକ ଯଦି କାହାର ମୃତ୍ୟୁ ଘଟେ ତେବେ ତାଙ୍କ ପରିଚୟ କେବଳ ଆଧାର କାର୍ଡ ଜରିଆରେ କରାଯିବ। ସରକାରଙ୍କ ଏହି ଆଦେଶ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ।