ଆଧାର କାର୍ଡରେ ଭର୍ଚୁଆଲ ନମ୍ବର ପ୍ରଦାନ ନିଷ୍ପତ୍ତିକୁ ବିରୋଧ

ନୂଆଦିଲ୍ଲୀ: ଆଧାର କାର୍ଡରେ ଭର୍ଚୁଆଲ ନମ୍ବର ପ୍ରଦାନ ନିଷ୍ପତ୍ତିକୁ ବିଭିନ୍ନ ସଂଗଠନ ନାପସନ୍ଦ କରିଛନ୍ତି। ଆଧାର କାର୍ଡକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଥିବା ଆବେଦନକାରୀ ଏହାକୁ ବିରୋଧ କରିବେ ବୋଲି ସୂଚନା ମିଳିଛି। ଏନେଇ ସବୋର୍ଚ୍ଚ ଅଦାଲତଙ୍କ ଦ୍ୱାରସ୍ତ ହେବେ ବୋଲି ଆବେଦନକାରୀ କହିଛନ୍ତି। ନୂଆ ଭର୍ଚୁଆଲ ନମ୍ବର ପ୍ରଦ୍ଧତିକୁ  ତର୍ଜମା ଏବଂ ପରୀକ୍ଷା ବିନା ବ୍ୟବହାର କରା ନଯାଉ ବୋଲି ମତ ପ୍ରକାଶ ହୋଇଛି।

ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଆଧାର ମାମଲାର ଶୁଣାଣି ହେବ। ତେବେ ସେହି ସମୟରେ ଏହି ନିଷ୍ପତ୍ତିକୁ ବିରୋଧ କରାଯିବ ବୋଲି କୁହାଯାଇଛି।  ଗତକାଲି ଆଧାରର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଏହାକୁ ଦ୍ୱିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆଧାର ସହ ୧୬ ଡିଜିଟ୍ ବିଶିଷ୍ଟ ଭର୍ଚୁଆଲ ନମ୍ବର ଲାଗୁ ପାଇଁ ନିଷ୍ପତ୍ତି ନେଇଛି ଭାରତୀୟ ସ୍ୱତନ୍ତ୍ର ପରିଚୟ ପତ୍ର କର୍ତ୍ତୃପକ୍ଷ(IDI)।  ଯାହାକୁ ଚଳିତବର୍ଷ ମାର୍ଚ୍ଚ ୧ ତାରିଖରୁ ଗ୍ରହଣ କରାଯିବ। ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ଏଣିକି ମୋବାଇଲ ଏବଂ ସମସ୍ତ ତଥ୍ୟ ପ୍ରଦାନ ନକରି କେବଳ ଭର୍ଚୁଆଲ ନମ୍ବର ଦେବାକୁ ପଡ଼ିବ। ଏହି ୧୬ ଡିଜିଟ୍ ନମ୍ବର ପ୍ରତିଥର UIDI  ୱେବସାଇଟ୍‌ରୁ ସୃଷ୍ଟି କରିପାରିବେ ହିତାଧିକାରୀ।