ନିୟମ ଭାଙ୍ଗିଲେ ଷ୍ଟେସନରେ ଲୋକଙ୍କୁ ଭୁକୁଛି ବୁଲା କୁକୁର, ଦେଖନ୍ତୁ ଭିଡିଓ

ଚେନ୍ନାଇ: ପ୍ରଥମେ ଜଣେ ବ୍ୟକ୍ତି କୁକୁରଟିକୁ ପାଳିଥିଲେ। ହେଲେ ସେ ତାକୁ ୨ ବର୍ଷ ତଳେ ବାହାରେ ଛାଡ଼ି ଦେଇଥିଲେ। ତେବେ ସେବେଠାରୁ କୁକୁରଟି ଚେନ୍ନାଇର ପାର୍କ ଟାଉନ୍‌ ରେଲୱେ ଷ୍ଟେସନରେ ଲୋକଙ୍କୁ ସତର୍କ କରାଇବାରେ ଲାଗିଛି। ଆପଣ ଭାବୁଥିବେ କୁକୁରଟି କେମିତି ସତର୍କ କରାଉଛି? ହଁ, ଆପଣ ଠିକ୍‌ ଶୁଣୁଛନ୍ତି।

ରେଳ ଷ୍ଟେସନରେ ନିୟମ ଉଲ୍ଲଙ୍ଘନ କରୁଥିବା ଲୋକଙ୍କୁ କୁକୁରଟି ଭୁକି ସେମାନଙ୍କୁ ସତର୍କ କରାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କୁକୁରଟି ପ୍ରତିଦିନ ରେଳ ଷ୍ଟେସନରେ କାର୍ଯ୍ୟରତ ଆରପିଏଫ୍‌ଙ୍କ ସହ ମିଶି ପ୍ଲାଟଫର୍ମରେ ପ୍ୟାଟ୍ରୋଲିଂ କରୁଛି।

ପ୍ଲାଟଫର୍ମରେ ଯେଉଁ ଲୋକମାନେ ନିୟମ ଭାଙ୍ଗି ରେଳ ଧାରଣା କ୍ରସ କରୁଛନ୍ତି କିମ୍ବା ଚଳନ୍ତା ଟ୍ରେନରୁ ଓହ୍ଲାଉଛନ୍ତି ବା ଚଢ଼ୁଛନ୍ତି ସେମାନଙ୍କୁ ଲକ୍ଷ୍ୟ କରି କୁକୁରଟି ଭୁକୁଛି। ଅର୍ଥାତ ସେମାନଙ୍କୁ କୁକୁରଟି ନିୟମ ଉଲ୍ଲଙ୍ଘନ ନ କରିବାକୁ ପରାମର୍ଶ ଦେଉଛି।

ତେବେ କୁକୁରଟି ଏତେ ଭିଡ଼ ମଧ୍ୟରେ ରହୁଥିଲେ ହେଁ କେବେ ହେଲେ କାହାକୁ କ୍ଷତି ପହଞ୍ଚାଇ ନଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏବେ ଏହି ଉପକାରୀ କୁକୁରଟିର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ