ବିମାନ ଆକ୍ରମଣରେ ବାଗ୍‌ଦାଦୀ ଗୁରୁତର

ବାଗ୍‌ଦାଦ୍‌: ସିରିଆ-ଇରାକ୍‌ ସୀମାରେ ଆମେରିକାର ବିମାନ ଆକ୍ରମଣରେ ଆଇଏସ୍‌ ମୁଖ୍ୟ ଆବୁ ବକର ଅଲ୍‌-ବାଗ୍‌ଦାଦୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏନେଇ ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।

 ସିରିଆ ସୀମାରେ ଏକ ଗୁପ୍ତ ସ୍ଥାନରେ ଅଲ୍‌ ବାଗ୍‌ଦାଦୀ ସହ ଆଏଓର ଏକାଧିକ କମାଣ୍ଡର ଲୁଚିଥିବା ଖବର ମିଳିବା ପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ କରାଯିବାରୁ ଏମାନେ କ୍ଷତାକ୍ତ ହୋଇଛନ୍ତି।

କିନ୍ତୁ ଆମେରିକା ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ରିପୋର୍ଟକୁ ଅପେକ୍ଷା କରାଯାଇଛି।