ଲସ୍କର କମାଣ୍ଡର ଅବୁ ଦୁଜାନା ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଲଓ୍ୱାମା ହାକ୍ରିପୁରା ଅଂଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ  ଲସ୍କର-ଏ-ତୋଇବାର କାଶ୍ମୀର ମୁଖ୍ୟ ଅବୁ ଦୁଜାନା ସମେତ ଦୁଇ ଜଣଙ୍କ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।  ଏହାସହ ଦୁଇଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି।

ହାକ୍ରିପୁରା ଅଂଚଳର ଏକ ଘରେ ଆତଙ୍କବାଦୀ ଲୁଚିଥିବା ନେଇ ଗୁଇନ୍ଦା ସୁତ୍ରରୁ ଖବର ପାଇବା ପରେ  ସେନା ପକ୍ଷରୁ ଉକ୍ତ ଅଂଚଳକୁ ଘେରାଉ କରାଯାଇଥିଲା।  ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ମାଡ କରିଥିଲେ।  ପରେ ସେନା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା। ଘଟଣାସ୍ଥଳରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।

କିଛି ମାସ ତଳେ ଆତଙ୍କବାଦୀ ଦୁଜାନାକୁ କାଶ୍ମୀର ଭେଲିର କମାଣ୍ଡର ଭାବେ ଘୋଷଣା କରାଯାଇଥିଲା।  ସେହିପରି ମୃତ ଆତଙ୍କବାଦୀ ରିଫ୍ଟ ମଧ୍ୟ ଟପ୍ ରାଙ୍କର ଆତଙ୍କବାଦୀ ବୋଲି କୁହାଯାଉଛି। ପୂର୍ବରୁ ଉଭୟଙ୍କ ନାଁ ଟେରର ଓ୍ୱାଣ୍ଟେଡ ଲିଷ୍ଟରେ ରହିଥିଲା।