ଦୁର୍ଘଟଣାରେ ୨ କଲେଜ ଛାତ୍ରଙ୍କ ମୃତ୍ୟୁ, ବସ୍‌ ଜାଳିଦେଲେ ଲୋକେ

କୋଲକତା: କୋଲକତାର ବ୍ୟସ୍ତବହୁଳ ଚିଙ୍ଗ୍ଡି ଘାଟ ସିଗ୍ନାଲ ନିକଟରେ ଏହି ଘଟଣା ଘଟିଛି ।  ଟ୍ରାଫିକ୍ ସିଗ୍ନାଲ ନିକଟରେ ବସ୍ ଧକ୍କାରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକେ ବସ୍ ଡ୍ରାଇଭରକୁ ପ୍ରବଳ ମାଡ଼ ମାରିଥିଲେ। ଏପରିକି ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ।  ଟେକା ପଥର ମାଡ଼ ବି କରିଥିଲେ। କିଛି ସମୟ ପାଇଁ ଚିଙ୍ଗ୍ଡି ଘାଟ ଅଞ୍ଚଳରେ ପୋଲିସ ଏବଂ ସାଧାରଣଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା ତେବେ ଘଟଣା ପାଇଁ ଟ୍ରାଫିକ୍ ପୋଲିସକୁ ଦାୟୀ କରିଛନ୍ତି ଲୋକେ। ଠିକ୍ ଭାବେ ଭିଡ଼ ନିୟନ୍ତ୍ରଣ ହୋଇ ନ ଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ଲୋକେ। ଦୁର୍ଘଟଣା ପରେ ବହୁ ସମୟ ଧରି ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା।