‘ଅଛେ ଦିନ’ ଆଣିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି: ଆଡ଼ଭାନୀ

ନୂଆଦିଲ୍ଲୀ: ଦେଶରେ ‘ଅଛେ ଦିନ’ ଆଣିବାକୁ ସରକାର ଠିକ୍ ମାର୍ଗରେ କାର୍ଯ୍ୟ କରୁଛନ୍ତି। ରବିବାର ଏହା କହିଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ। ବିହାରରେ ବିଜେପିର ପରାଜୟ ପରେ ଦଳର ବହୁ ବରିଷ୍ଠ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିଲେ। ସେମାନଙ୍କ ଲାଲକୃଷ୍ଣ ଆଡଭାନୀ ମଧ୍ୟ ଜଣେ ଥିଲେ। ତେବେ ଦେଶର ବିକାଶ ନେଇ ଆଜି ସେ ମୁହଁ ଖୋଲିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସରକାର ଠିକ ବାଟରେ ପରିଚାଳିତ ହେଉଛି। ଏହାର ଫଳାଫଳ ଭଲ ଆସିବ।