ଏସିଡ୍ ଆକ୍ରମଣରେ ଆହତଙ୍କୁ ମାଗଣାରେ ଚିକିତ୍ସା ଦିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏସିଡ୍ ଆକ୍ରମଣରେ ଆହତଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ, ସେମାନଙ୍କ ଥଇଥାନ ସମେତ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କୋର୍ଟ କହିଛନ୍ତି। ବିହାରରେ ଘଟିଥିବା ଏକ ଏସିଡ୍ ଆକ୍ରମଣ ମାମଲାର ବିଚାର କରି ଜଷ୍ଟିସ ଏମ୍. ୱାଇ. ଇକବାଲ ଓ ଜଷ୍ଟିସ୍ ସି. ନାଗପ୍ପାନଙ୍କ ବେଞ୍ଚ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ମାମଲାରେ ପୀଡ଼ିତଙ୍କ ଅସ୍ତ୍ରୋପଚାର ଖର୍ଚ୍ଚ ବହନ ସମେତ ମାଗଣାରେ ଚିକିତ୍ସା ଓ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି ବିହାର ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।