ଅଭିନେତା ଏଜାଜ ଖାନ୍‌ ଗିରଫ

ମୁମ୍ବାଇ: ସୋଶାଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରି ଗିରଫ ହୋଇଛନ୍ତି ଅଭିନେତା ଏଜାଜ ଖାନ୍‌। ସୋଶାଲ ମିଡିଆରେ ଏଜାଜ ଦେଇଥିବା ବୟାନ ଓ ଭିଡିଓ ଯୋଗୁ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଥିଲା।

ଏଥିପାଇଁ ମୁମ୍ବାଇ ପୁଲିସ୍‌ର ସାଇବର ୱିଙ୍ଗ ତାଙ୍କୁ ଗିରଫ କରିଛି। ଏଜାଜ ପୋଷ୍ଟ କରିଥିବା କିଛି ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ବିଗ ବସ୍‌ର ଏହି ବିବାଦୀୟ ଅଭିନେତା ଜଣଙ୍କୁ ନିଶା କାରବାର ମାମଲାରେ ମୁମ୍ବାଇ ପୁଲିସ୍‌ ୨୦୧୮ ମସିହା ଅକ୍ଟୋବର ମାସରେ ଗିରଫ କରିଥିଲା।