ଆଧାର ପଞ୍ଜୀକରଣ କଲେ ମିଳିବ ଟଙ୍କା: ସିବିଏସଇର ନୂଆ ଯୋଜନା

ନୂଆଦିଲ୍ଲୀ: ଆଧାର କାର୍ଡ ଏବେ ସବୁ ସ୍ଥାନରେ ଲୋଡା ପଡୁଛି। ତେଣୁ ଛାତ୍ର ଛାତ୍ରୀ ମାନଙ୍କୁ ଏହି ସୁବିଧା ଯୋଗାଇ ଦେବାକୁ ସିବିଏସଇ ବିଦ୍ୟାଳୟ ବୋର୍ଡ ଏକ ନୂଆ ଯୋଜନା ଆରମ୍ଭ କରିଛି।  ସିବିଏସ୍ଇ ମାନ୍ୟତା ପ୍ରାପ୍ତ ସମସ୍ତ ବିଦ୍ୟାଳୟ ଗୁଡିକରେ ଆଧାର କାର୍ଡ ପଞ୍ଜୀକରଣ କେନ୍ଦ୍ର ଖୋଲିବାକୁ ବୋର୍ଡ ପରାମର୍ଶ ଦେଇଛି। ଯେଉଁ ଛାତ୍ର ଛାତ୍ରୀ କିମ୍ବା ଶିକ୍ଷକମାନଙ୍କର ଆଧାର କାର୍ଡ ହୋଇନାହିଁ ସେମାନଙ୍କୁ ଆଧାର ପଞ୍ଜିକରଣ ପ୍ରତି ଉତ୍ସାହ କରାଇବା ସହିତ ଏଥିପାଇଁ  ଆବଶ୍ୟକ ପଡୁଥିବା ସମସ୍ତ ତଥ୍ୟ ‘ୟୁଆଇଡିଏଆଇ’ ସହଭାଗିତାରେ ଏକତ୍ର କରିବାପାଇଁ ବୋର୍ଡ କହିଛି। ଏଥିପାଇଁ ସେମାନଙ୍କୁ  କୌଣସି ଦେୟ ଦେବାକୁ ପଡିବ ନାହିଁ ବରଂ ପ୍ରତ୍ୟକ ପଞ୍ଜୀକରଣ ପ୍ରତି ବୋର୍ଡ ପକ୍ଷରୁ ସେମାନଙ୍କୁ 30 ଟଙ୍କା ମିଳିବ। ଖାଲି ସେତିକି ନୁହେଁ ଏଠାରେ ଛାତ୍ର ଛାତ୍ରୀଙ୍କ ପରିଜନ ମଧ୍ୟ ଆଧାର କାର୍ଡ ପଞ୍ଜୀକରଣ ସହିତ ତ୍ରୁଟି ସଂସୋଧନ କରିପାରିବେ।

News Courtesy-zee news

Picture Courtesy – The Indian Express