ଜୁଲାଇ ୧ରୁ ଆଇଟି ରିଟର୍ଣ୍ଣସ୍‌ ପାଇଁ ଆଧାର ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣସ୍‌(ଆଇଟି) ଫାଇଲ ପାଇଁ ଆଧାର କାର୍ଡ଼ ବାଧ୍ୟତାମୂଳକ ।  ସେହିପରି ନୂଆ କରି ପାନ୍‌ କାର୍ଡ଼ ଆବେଦନ କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଆଧାର କାର୍ଡ଼ ଜରୁରୀ। ଏହି ନିୟମ ଜୁଲାଇ ୧ରୁ କଡ଼ାକଡ଼ି ଲାଗୁ ହେବ । କେନ୍ଦ୍ରୀୟ ଟ୍ୟାକ୍ସ ବୋର୍ଡ଼ ପକ୍ଷରୁ  ଶନିବାର ଏହା କୁହାଯାଇଛି। ଜୁଲାଇ ୧ରୁ ଯେଉଁମାନଙ୍କର ଉଭୟ ଆଧାର ଏବଂ  ପାନ ନମ୍ବର ଇସ୍ୟୁ ହେବ ତାହା  ଆଇଟି ଫାଇଲ ବେଳେ ଲିଙ୍କ କରାଯିବ।