ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏଣିକି ବିନା ଆଧାରକାର୍ଡରେ ଆଉ ଡ୍ରାଇଭିଂ ଲାଇସେନ୍ସ କରି ହେବ ନାହିଁ। ଡ୍ରାଇଭିଂ ଲାଇସେନ୍ସ ପାଇଁ କେନ୍ଦ୍ର ସରକାର ଆଧାର କାର୍ଡ ବାଧ୍ୟତାମୂଳକ କରିଦେଇଛନ୍ତି। ଖୁବଶୀଘ୍ର ଏହି ନିୟମ ଲାଗୁ ହେବାକୁ ଯାଉଛି।

ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା କିମ୍ବା ରିନ୍ୟୁ କରିବା ସମୟରେ ଆଧାର ନମ୍ବର ବାଧ୍ୟତାମୂଳକ ହେବ। ପୂର୍ବରୁ ଲୋକେ ଟେ କୌଣସି ସ୍ଥାନରେ ଡ୍ରାଇଭିଂ ଲାଇସେନ୍ସ ତିଆରି କରିପାରୁଥିଲେ। ଏହି ବ୍ୟବସ୍ଥା ଲାଗୁ ହେବା ପରେ ଅନ୍ୟ ରାଜ୍ୟରେ ଆଉ ଡ୍ରାଇଭିଂ ଲାଇସେନ୍ସ କରିହେବ ନାହିଁ।

ଏହାଦ୍ୱାରା ଦୃର୍ନୀତି ରୋକାଯିବା ସହ ଜଣଷ ବ୍ୟକ୍ତି ଏକାଧିକ ଡିଏଲ୍‌ ବାହାର କରିପାରିବେ ନାହିଁ । ସଡକ ପରିବହନ ମନ୍ତ୍ରାଳୟ ଅନୁସାରେ ଏହି ଯୋଜନା ଆସନ୍ତା ଅକ୍ଟୋବର ସୁଦ୍ଧା ଲାଗୁ କରାଯିବ।