ମାଷ୍ଟର୍‌ କାର୍ଡ ଓ ଭିଜା କାର୍ଡ ଯୁଗର ‌ଅବସାନ, ଆଧାର ଲିଙ୍କ୍‌ ଦ୍ୱାରା ପେମେଣ୍ଟ୍‌ ହେବ ସହଜ

ନୁଆଦିଲ୍ଲୀ:ଆଧାର କାର୍ଡ ଲିଙ୍କ୍‌ ଦ୍ୱାରା ପେମେଣ୍ଟ୍‌ ସିଷ୍ଟମକୁ ମଙ୍ଗଳବାର ଉନ୍ମୋଚନ କରାଯାଇଛି। ଯାହାଦ୍ୱାରା କ୍ରେଡିଟ୍‌କାର୍ଡ ଓ ଡେବିଟ୍‌କାର୍ଡ ବିନା ଫିଙ୍ଗର୍‌ ପ୍ରିଣ୍ଟ୍‌ ଓ ଆଇ ସ୍କାନ ମାଧ୍ୟମରେ ନିଜର ପେମେଣ୍ଟ ପଦ୍ଧତିକୁ ଅଧିକ ସରଳ ହେବ। ଆଧାରକାର୍ଡ ଦ୍ୱାର ପେମେଣ୍ଟ୍‌ ଏବେ ସହଜ ହେ।ଇଯିବା ସହ ପେମେଣ୍ଟ ପାଇଁ ପଇସା ନେଉଥିବା ବିଭିନ୍ନ କମ୍ପାନୀର ମାଷ୍ଟର୍‌ କାର୍ଡ ଓ ଭିଜା କାର୍ଡ ଯୁଗର ଅବସାନ ହେବ। ଏଥିରେ ଆଣ୍ଡ୍‌ରେ।ଏଡ୍‌ ସ୍ମାର୍ଟଫେ।ନ୍‌ ଆପ ଉପଲବ୍ଧ ହେବ ଯାହାଦ୍ୱାରା ଫ୍ରିରେ ପେମେଣ୍ଟ୍‌ କରିହେବ। ଯେଉଁଥିରେ ଗ୍ରାହକ ଏହି ଆପ ଡାଉନ୍‌ଲୋଡ୍‌ କରି ସେମାନଙ୍କର ଆଧର ନମ୍ବରକୁ ରେଜିଷ୍ଟର କରିବା ସହ ନିଜ ବ୍ୟାଙ୍କକୁ ଚୟନ କରିବାକୁ ପଡିବ  ଏବଂ ଯେଉଁଥିରେ  ପାସୱାର୍ଡ ବଦଳରେ ବାୟମେଟ୍ରିକ୍‌ ସ୍କାନ୍‌ ମାଧ୍ୟମରେ ଲେ।କେ  ପଇସା ନେଣଦେଣ କରିପାରିବେ ।