ଆଜି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ  ଭାବେ ଆଜି ଶପଥ ନେବେ ଅଗ୍ନିବର୍ଷୀ ନେତା ଯୋଗୀ ଆଦିତ୍ୟନାଥ। ତାଙ୍କ ସହିତ  ବିଜେପି ରାଜ୍ୟ ସଭାପତି କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଲକ୍ଷ୍ମୌ ମେୟର ଦିନେଶ ଶର୍ମା ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଗତକାଲି ସନ୍ଧ୍ୟାରେ ଲକ୍ଷ୍ମୌରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଆଦିତ୍ୟନାଥଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଥିଲା। ଯୋଗୀ ଆଦିତ୍ୟନାଥ ଏବେ  ଗୋରଖପୁରରୁ ଲୋକସଭା ସଦସ୍ୟ ଅଛନ୍ତି। ସେ ଗୋରଖନାଥ ମଠର ମହନ୍ତ ମଧ୍ୟ ଅଛନ୍ତି। ବହୁ ସମୟରେ  ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହି ଆସିଛନ୍ତି ଆଦିତ୍ୟନାଥ। ଆଜି ନୂଆ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ଶପଥ ନେବେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।