ଫିଲ୍ମ ‘ପଦ୍ମବତ୍‌’କୁ ନେଇ କ’ଣ କହିଲେ ପ୍ରତିଭା ପାଟିଲ

ମୁମ୍ୱାଇ: ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ସିଂ ପାଟିଲ ଫିଲ୍ମ ‘ପଦ୍ମାବତ୍‌’ କୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ ରାଣୀ ପଦ୍ମାବତୀଙ୍କ ଇତିହାସରେ କୌଣସି  ପରିବର୍ତ୍ତନ ହେବା ହେବା ଉଚିତ ନୁହେଁ।  ସେ ସମସ୍ତ ମହିଳାଙ୍କ ସମ୍ମାନକୁ ରକ୍ଷା କରିଛନ୍ତି। ଫିଲ୍ମ ନିର୍ମାଣ କରିବା ସମୟରେ ଐତିହାସିକ ତଥ୍ୟ ସହିତ କାଣ୍ଟଛାଟ୍‌ କରିବା ଠିକ୍‌ ନୁହେଁ।”

ସଞ୍ଜୟ ଲୀଳା ଭଂସାଲିଙ୍କ ଫିଲ୍ମ ‘ପଦ୍ମାବତ୍‌’ ରିଲିଜ୍ ହେବାର ଏକ ସପ୍ତାହ ପରେ ପ୍ରତିଭା ପାଟିଲ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ଫିଲ୍ମ ସୁଟିଂ ସମୟଠାରୁ ହିଁ  ଶ୍ରୀ ରାଜପୁତ କରଣୀ ସେନା ଅଭିଯୋଗ କରିଥିଲା ଯେ ଫିଲ୍ମର ଐତିହାସିକ ତଥ୍ୟକୁ କାଣ୍ଟଛାଟ୍‌ କରାଯାଉଛି। ଫିଲ୍ମକୁ ବ୍ୟାନ୍ କରିବାକୁ ଧମକ ମଧ୍ୟ ଦେଇଥିଲେ।