ଏସବିଆଇ ପିଓ ମେନ୍‌ ପରୀକ୍ଷା: ଅନଲାଇନ୍‌ରେ ଉପଲବ୍ଧ ହେଲା ଆଡମିଟ୍‌ କାର୍ଡ଼

ନୂଆଦିଲ୍ଲୀ: ଏସବିଆଇ ପିଓ ମେନ୍‌ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ଼ ଡାଉନଲୋର୍ଡ଼ ଲାଗି  ଜାରିହେଲା ବିଜ୍ଞପ୍ତି । କଲ୍‌ ଲେଟର ପାଇଁ ଏନେଇ ଏସବିଆଇ ଅଫିସିଆଲ ୱେବସାଇଟ୍‌ରେ  ଉପଲବ୍ଧ  କରାଯାଇଛି। ଏଥିପାଇଁ ଜୁନ୍ ୬କୁ ଅନ୍ତିମ ତାରିଖ ଧାର୍ଯ୍ୟ କରାଯାଇଛି। ଅଲଲାଇନ୍‌ ମେନ୍‌ ପରୀକ୍ଷା ପାଇଁ ଅବଜେକ୍ଟେଟିଭ୍‌ ଟେଷ୍ଟ ୨୦୦ ମାର୍କ ରଖାଯାଇଛି। ଏହା ଭିତରେ ଡେସକ୍ରିପ୍‌ଟିଭ୍‌ ଲାଗି ୫୦ ମାର୍କ ରହିଛି। ସମୟ ୩ ଘଣ୍ଟା ରହିଛି। ଛାତ୍ରଛାତ୍ରୀମାନେ  www.sbi.co.in/ ରୁ ଆଡମିଟ୍‌ କାର୍ଡ଼ ଡାଉନଲୋର୍ଡ଼ କରିପାରିବେ।