ଆଫଗାନିସ୍ତାନ: ସେନା ପ୍ରଶିକ୍ଷଣସ୍ଥଳୀରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୨ ମୃତ

କାବୁଲ: ଆଫଗାନିସ୍ତାନର ପୂର୍ବରେ ଥିବା ଜଲାଲାବାଦ୍‌ ସହରରେ ସୋମବାର ଜଣେ ତାଲିବାନୀ ଆତଙ୍କବାଦୀର ଆତ୍ମଘାତି ବୋମା ବିସ୍ଫୋରଣରେ ୧୨ ଜଣ ପ୍ରଶିକ୍ଷଣକାରୀଙ୍କର ମୃତ୍ୟୁ ଘଟିଛି। ବିସ୍ଫୋରଣ ଯୋଗୁଁ ୨୬ ପ୍ରଶିକ୍ଷଣକାରୀଙ୍କର ଗୁରୁତର ଆହତ ହୋଇଥିବା ବେଳେ ୩୮ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ନିଟକସ୍ଥ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ସେନା ପକ୍ଷରୁ କଡ଼ା ପ୍ରହରା ଦିଆଯିବା ସହ ଜାତୀୟ ରାଜପଥରେ ତଲାସୀ କରାଯାଉଛି।