ଆଫଗାନିସ୍ତାନ:୧୧ ଯବାନଙ୍କୁ ହତ୍ୟା କଲେ ଆତଙ୍କୀ

କାବୁଲ୍: ତାଲିବାନୀ ଆତଙ୍କୀମାନେ ଆମ୍ୱୁସ ଲଗାଇ ଆଫଗାନିସ୍ତାନ ସେନାର ୧୧ ଜଣ ଯବାନଙ୍କୁ ହତ୍ୟା କରିଛନ୍ତି। ଘଟଣାଟି ପଶ୍ଚିମ ଆଫଗାନିସ୍ତାନର କାରୁଖ ଜିଲ୍ଲାରେ ଘଟିଛି।  ଆଫଗାନ ସେନାର ଜଣେ ଅଧିକାରୀ କହିଛନ୍ତି, ଯବାନମାନେ ପିକଅପ୍ ଭ୍ୟାନରେ ଯାଉଥିବା ବେଳେ  ତାଲିବାନୀମାନେ ଆକ୍ରମଣ କରିଥିଲେ।