ଆଫଗାନିସ୍ତାନର ସଂସଦ ଭବନ ଉପରେ ରକେଟ୍ ଆକ୍ରମଣ

କାବୁଲ: ଆଫଗାନିସ୍ତାନର ନୂତନ ସଂସଦ ଭବନ ଉପରେ ସୋମବାର ରକେଟ୍ ମାଡ଼ ହୋଇଛି।  ଆକ୍ରମଣ ସମୟରେ ସଂସଦ ଭବନରେ ସାସଂଦମାନେ ଉପସ୍ଥିତ ଥିଲେ। ଆତତାୟୀମାନେ ସଂସଦ ଭବନକୁ ଟାର୍ଗେଟ୍ କରି ଚାରୋଟି ରକେଟ୍ ମାଡ଼ କରିଥିଲେ। କିନ୍ତୁ ରକେଟ୍ ଗୁଡ଼ିକ ସଂସଦ ଭବନଠାରୁ ଦୂରରେ ପଡ଼ିଥିଲା।

ଏହି ଆକ୍ରମଣରେ ସଂସଦ ଭବନର କୌଣସି କ୍ଷତି ଘଟି ନାହିଁ। ସୁରକ୍ଷା ଅଧିକାରୀମାନେ ସଂସଦ ଭବନ ଭିତରକୁ ପ୍ରବେଶ କରିବା ସମୟରେ ଆତତାୟୀମାନେ ରକେଟ୍ ମାଡ଼ କରିଥିଲେ।

ଏହି ଆକ୍ରମଣରେ କୌଣସି ଭାରତୀୟ ଆହତ ହୋଇ ନ ଥିବା ସୂଚନା ଦେଇଛନ୍ତି ଆଫଗାନିସ୍ତାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମନପ୍ରୀତ ବୋହରା।

ଭାରତର ସହଯୋଗରେ ଆଫଗାନିସ୍ତାନର ଏହି ନୂଆ ସଂସଦ ଭବନ ନିର୍ମାଣ ହୋଇଥିଲା। ଗତ ବର୍ଷ ଡିସେମ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫଗାନିସ୍ତାନ ଗସ୍ତରେ ଯାଇଥିବା ବେଳେ ଏହି ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରିଥିଲେ।