ଆଫଗାନିସ୍ତାନରେ ହେଉଥିବା ବୋମା ବିସ୍ଫୋରଣ ପାଇଁ ପାକିସ୍ତାନ ଦାୟୀ: ଆଫଗାନିସ୍ତାନ ରାଷ୍ଟ୍ରପତି

କାବୁଲ: କାବୁଲ ବିମାନବନ୍ଦରରେ ସୋମବାର ହୋଇଥିବା ଆତ୍ମଘାତୀ ବୋମା ବିସ୍ଫୋରଣରେ ଆଫଗାନିସ୍ତାନ ପାକିସ୍ତାନକୁ ଦାୟୀ କରିଛି। ଅଫଗାନିସ୍ତାନ ରାଜଧାନୀ କାବୁଲରେ ଗତ ୩ ଦିନ ମଧ୍ୟରେ ୪ ଥର ବିସ୍ଫୋରଣ ଘଟିଛି। ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଗନୀ କହିଛନ୍ତି ପାକିସ୍ତାନ ପକ୍ଷରୁ ବାରମ୍ୱାର ଯୁଦ୍ଧ ପାଇଁ ଉସକାଉଛି। ଆଜି ବି ପାକିସ୍ତାନରେ ଆତଙ୍କବାଦୀ ଶିବିର ରହିଛି ଆଉ ଏହି ଦେଶ ଆତଙ୍କିମାନଙ୍କୁ ଶରଣ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଆଜିର ବିସ୍ଫୋରଣ ସହ ଗତ ଶୁକ୍ରବାରରେ ତାଲିବାନ୍ ଆତଙ୍କୀମାନେ ଏକ ଟ୍ରକରେ ବୋମା ବିସ୍ଫୋରଣ କରିଥିଲେ। ଯେଉଁଥିରେ ୫ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଉକ୍ତଦିନ ରାତିରେ ଘଟିଥିବା ବିସ୍ଫୋରଣରେ ୨୭ ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଥିଲା ।