ଆଫଗାନିସ୍ତାନ:ଦୁଇ ଗୋଷ୍ଠୀ ମଧ୍ୟରେ ଗୃହଯୁଦ୍ଧ,୧୦୦ ମୃତ

କାବୁଲ: ଆଫଗାନିସ୍ତାନର ଦକ୍ଷିଣରେ ଥିବା ଜାବୁଲ ପ୍ରଦେଶରେ ଦୁଇ ତାଲିବାନୀ ଗୋଷ୍ଠୀ ମଧ୍ୟରେ ଗୃହ କନ୍ଦଳରୁ ଯୁଦ୍ଧ ରୂପ ନେଇଥିଲା। ଏଥିରେ ୧୦୦ ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି। ବୁଧବାର ଏନେଇ ଏକ ରିପୋର୍ଟ ଆଫଗାନସ୍ତାନ ଗଣମାଧ୍ୟମରେ ପ୍ରସାରିତ ହୋଇଛି।

ଜାବୁଲ ପ୍ରଦେଶିକ କାଉନସିଲ ମୁଖ୍ୟ ଅତ୍ତା ମହମ୍ମଦ ହକବାଏନ୍ କହିଛନ୍ତି ଯେ, ଗତ ୪ ଦିନ ହେବ ଦୁଇ ତାଲିବାନୀ ଆତଙ୍କୀ ଗୋଷ୍ଠୀ ମଧ୍ୟରେ ତୀବ୍ର ଗୁଳିଗୁଳା ବିନିମୟ ହେବା ସହ ବୋମା ମାଡ ଜାରି ରହିଛି। ଏଥିରେ ବହୁ ଲୋକ ଗୁରୁତର ହୋଇଛନ୍ତି।