ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଫଜଲୁଲ୍ଲାହ ମୃତ

ଜଲାଲାବାଦ: ପାକିସ୍ତାନର ତାଲିବାନ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀ ମୁଲ୍ଲା ଫଜଲୁଲ୍ଲାହର ଆଫଗାନିସ୍ତାନରେ ମୃତ୍ୟୁ ଘଟିଛି। ଆମେରିକା ଓ ଆଫଗାନ ସେନାର ମିଳିତ ଆକ୍ରମଣରେ ଏହି ଭୟଙ୍କର ଆତଙ୍କବାଦୀ ପ୍ରାଣ ହରାଇଥିବା କୁହାଯାଉଛି। ଏନେଇ ଆଜି ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।।

ଗୁରବାର ପୂର୍ବ ଆଫଗାନିସ୍ତାନର କୁନାର ନାମକ ଏକ ସ୍ଥାନରେ  ଫଜଲୁଲ୍ଲାହଙ୍କୁ ଟାର୍ଗେଟ୍‌ କରି ଆକାଶ ମାର୍ଗରୁ ଆକ୍ରମଣ କରାଯାଇଥିଲା। ଏଥିରେ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି। ପାକିସ୍ତାନର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହେଉଛି ଫଜଲୁଲ୍ଲାହ। ୨୦୧୪ରେ ପେସୱାର ଆର୍ମି ସ୍କୁଲ୍‌ରେ ଆକ୍ରମଣ ଘଟଣାରେ ସେ ସମ୍ପୃକ୍ତ ଥିଲା। ଏହି ଆକ୍ରମଣରେ ୧୩୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ୧୦୧୨ର ମଧ୍ୟ ନୋବେଲ ପୁରସ୍କାର ବିଜୟୀନ ମଲାଲା ୟୁସୁଫ୍‌ଙ୍କ ଆକ୍ରମଣ କରିଥିଲା ଏହି ଆତଙ୍କବାଦୀ। ଏହାଛଡ଼ା ଅନେକ ଆତଙ୍କବାଦ କାର୍ଯ୍ୟକଳାପରେ ସାମିଲ୍‌ ଥିଲା ଫଜଲୁଲ୍ଲାହ। ତା ସମ୍ପର୍କରେ ସୂଚନା ଦେଲେ ୫ ନିୟୁତ ଡଲାର ପୁରସ୍କାର ଦେବାକୁ ଆମେରିକା ଘୋଷଣା କରିଥିଲେ।