ଅଷ୍ଟାଦଶ ଶତାବ୍ଦୀ ପରେ ପୁଣି ଅମରାବତୀ ହେବ ଆନ୍ଧ୍ର ପ୍ରଦେଶର ରାଜଧାନୀ

ହାଇଦ୍ରାବାଦ: ଅଷ୍ଟାଦଶ ଶତାବ୍ଦୀ ପରେ ପୁଣି ଥରେ ରାଜଧାନୀ ହେବାକୁ ଯାଉଛି ଅମରାବତୀ। ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ ହେବ ଅମରାବତୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏକ ଭବ୍ୟ ସମାରୋହରେ ଆୟୋଜିତ ଉତ୍ସବରେ ମୋଦି ଯୋଗଦେଇ ନୂଆ ରାଜଧାନୀ ସହର ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରାବାବୁ ନାଇଡୁ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଉଭୟ ଆନ୍ଧ୍ର ଓ ତେଲେଙ୍ଗାନାର ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଏମ୍. ଭେଙ୍କିୟା ନାଇଡୁ, ନିର୍ମଳା ସୀତାରମଣ ପ୍ରମୁଖଙ୍କ ସହ ସିଙ୍ଗାପୁର ଓ ଜାପାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପ୍ରତିଷ୍ଠା ଉତ୍ସବ ପାଇଁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।  ବିଜୟୱାଡ଼ାରୁ ୪୦ କିଲୋମିଟର ଦୂର କ୍ରିଷ୍ଣା ନଦୀ କୂଳରେ ଏହି ନୂଆ ରାଜଧାନୀ ପ୍ରତିଷ୍ଠା ହେବ।

ଆନ୍ଧ୍ର ପ୍ରଦେଶ  ବିଭାଜନ ହୋଇ ତେଲେଙ୍ଗାନା ରାଜ୍ୟ ଗଠନ ହେବା ପରେ ଦୁଇଟି ଯାକ ରାଜ୍ୟର ରାଜଧାନୀ ହାଇଦ୍ରାବାଦ ରହିଛି।