କଂଗ୍ରେସର ସଚିନ୍‌ କହିଲେ, ଅଯୋଧ୍ୟାରେ ଦରକାର ବୃହତ୍‌ ମନ୍ଦିର

ଜୟପୁର: ଅଯୋଧ୍ୟା ରାମ ଜନ୍ମଭୂମିରେ ଏକ ବୃହତ ମନ୍ଦିର ହେଉ ବୋଲି ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ୍। କଂଗ୍ରେସ ଅଯୋଧ୍ୟା ରାୟ ଆସିବାରେ ବିଳମ୍ବ କରାଇବା ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ମନ୍ତବ୍ୟ ପରେ ଏହାର ଜବାବରେ ଏପରି କହିଛନ୍ତି ସଚିନ୍।

ସେ ଆହୁରି ମଧ୍ୟ କହିଛନ୍ତି, ସୁପ୍ରିମ୍‌କୋର୍ଟ ରାୟ ଦେଇସାରିଛନ୍ତି, ସମସ୍ତେ ଏହାକୁ ଗ୍ରହଣ କରିବା ଉଚିତ। ଏହାକୁ ନେଇ ଏବେ ରାଜନୀତି ବନ୍ଦ ହେବା ଦରକାର। କଂଗ୍ରେସ ଚାହୁଁଛି ଅଯୋଧ୍ୟାରେ ଏକ ବୃହତ ମନ୍ଦିର ହେବା ଦରକାର।

ସେ ଆହୁରି ମଧ୍ୟ କହିଛନ୍ତି, କୋର୍ଟଙ୍କ ରାୟ ସମସ୍ତଙ୍କ ପାଇଁ ଗ୍ରହଣୀୟ ହୋଇଥିଲା। ଆମେ ଏହାକୁ ସମ୍ମାନ ଜଣାଇଥିଲୁ। ଏବେ ଆମକୁ ଏହି ପ୍ରସଙ୍ଗରେ ରାଜନୀତି ବନ୍ଦ କରିବାକୁ ହେବ। ବିଶ୍ୱ ଆଗକୁ ଆଗକୁ ବଢ଼ୁଛି।