ଏମଟିଏନ୍‌ଏଲ୍‌ ପରେ ବିଏସ୍‌ଏନ୍‌ଏଲ୍ ଅଫିସରେ ନିଆଁ

କୋଲକାତା: ସରକାରୀ ଟେଲିକମ୍‌ କମ୍ପାନୀ ଉପରେ ଆଜି ଡବଲ୍ ଚଡ଼କ ପଡ଼ିଛି। ମୁମ୍ବାଇର ଏମଟିଏନ୍‌ଏଲ ଅଫିସ ପରେ କୋଲକାତାର ସଲ୍ଟ ଲେକ୍‌ରେ ଥିବା ବିଏସ୍‌ଏନ୍‌ଏଲ୍‌ ଅଫିସରେ ଅଗ୍ନିକାଣ୍ଡ ଘଟିଛି।

ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ପଶ୍ଚିମବଙ୍ଗର ଅଗ୍ନିଶମ ବିଭାଗ ମନ୍ତ୍ରୀ ସୁଜିତ ବୋଷ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଅଗ୍ନିକାଣ୍ଡ ବେଳେ ଏହା ମଧ୍ୟରେ କୌଣସି କର୍ମଚାରୀ ନଥିବା ଜଣାପଡ଼ିଛି।

ଏହାପୂର୍ବରୁ ଆଜି ମଧ୍ୟାହ୍ନରେ ମୁମ୍ବାଇର ବାନ୍ଦ୍ରାଠାରେ ଥିବା ଏମଟିଏନ୍‌ଏଲ୍‌ ଅଫିସରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟ ୮୪ ଜଣଙ୍କୁ ସୁରକ୍ଷିତ କ୍ରେନ ଦ୍ୱାରା ଉଦ୍ଧାର କରାଯାଇଥିଲା।