ଜିରୋ ନାଇଟ୍‌ର ନଟି ସର୍ଟ, ଦେଖନ୍ତୁ ଶେଷ ଦୃଶ୍ୟ

ମଉଜ ପାଇଁ ବନ୍ଧ ବାଡ ମାନିଲେନି। ହୁଗୁଳି ଯାଇଥିଲା ହାଲତ, କେଉଁଠି ପ୍ରେମିକ ପ୍ରବର ତ କେଉଁଠି ସୁନ୍ଦରୀ ପ୍ରିୟତମା ଗଡୁଥିଲେ ମଝି ରାସ୍ତାରେ। ଓଠକୁ ଓଠ ଘସି ନ ହେଲେ କୋଳାକୋଳି ହୋଇ ନୂଆବର୍ଷକୁ ଜଣାଇଥିଲେ ସ୍ୱାଗତ। ହୋସ୍‌ରେ ନ ଥିବା ପତ୍ନୀଙ୍କୁ କିଏ ହାତରେ ଉଠାଇ ନେଉଥିଲେ ତ କିଏ କାନ୍ଧରେ। ପୁଣି କିଏ ରାସ୍ତାରେ ଶୋଇଥିବା ଅବୁଝା ପ୍ରିୟତମାକୁ ବୁଝାଇ ସୁଝାଇ ଘରକୁ ନେବାକୁ କରୁଥିଲେ ଉଦ୍ୟମ।

ଅବୁଝା ବନ୍ଧୁଙ୍କୁ ବୁଝାଇ କ’ଣ ଦି ଟା ଖାଇ ଦେବାକୁ ଅନୁରୋଧ କରୁଥିଲେ ବନ୍ଧୁ। ପୁଣି କେଉଁଠି ସୁନ୍ଦରୀ ତରୁଣୀଟିଏ ଅଚେତ ଅବସ୍ଥାରେ ଦେହରୁ ବସ୍ତ୍ର ଉତାରିବାକୁ ଚେଷ୍ଟା କରୁଥିବା ବେଳେ ଅଟକାଉଥିଲେ ପବ୍‌ର ଫ୍ଲୋରବଏ।

ଗଲା ରାତିରେ Zero Night ସେଲିବ୍ରେସନ୍‌ ସାରି ଘରକୁ ଫରିବା ବାଟରେ ଦୃଶ୍ୟ ଥିଲା ଏମିତି । ବିଶ୍ୱବ୍ୟାପୀ ୨୦୧୮କୁ ସ୍ୱାଗତ କରାଯାଇଥିବା ବେଳେ ଲଣ୍ଡନରେ ଦେଖିବାକୁ ମଳିଥିଲା ଏମତି ଚିତ୍ର। ଯୁବପିଢୀ ମନଭରି ଉପଭୋଗ କରିଥିଲେ ଏହି ଅଭୁଲା ରାତିକୁ ।

ରାତି ତମାମ୍‌ ମାତାଲ ହେବା ପରେ ପରିସ୍ଥିତି ଥିଲା ଅସମ୍ଭାଳ। ଯାହାକୁ ନେଇ ପୋଲିସ୍‌କୁ ବି ନାକେଦମ୍‌ ହେବାକୁ ପଡିଛି।

ଏହି ନୂଆ ରାତି ଖାଲି କିଛି ପ୍ରେମ ଆଉ କିଛି ଅନ୍ତରଙ୍ଗ ମୁହୂର୍ତ୍ତକୁ ପ୍ରତ୍ୟକ୍ଷ କରିଛି ତା ନୁହେଁ ବରଂ ଏମିତି ଅନେକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ଯାହାକୁ ଦେଖିଲେ ଆପଣ ହସିବା ସୁନିଶ୍ଚିତ। ଚିତ୍ରରେ କ’ଣ ଅଛି ଜାଣନ୍ତି କି? ତା ହେଲେ ଦେଖନ୍ତୁ।