ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ ୱେର ଉଦ୍‌ଘାଟନୀ ଅବସରରେ ଯୁଦ୍ଧ ବିମାନର ଅବତରଣ

ଲକ୍ଷ୍ନୌ: ଦେଶର ସବୁଠୁ ଲମ୍ବା ‘ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ’ର ଉଦ୍‌ଘାଟନ କରିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ମୁଲାୟମ ସିଂ ଯାଦବ। ସାଧାରଣ ଲୋକମାନଙ୍କପାଇଁ ଏହି ଏକ୍ସପ୍ରେସରେ ଜରୁରୀ ବ୍ୟବସ୍ଥା କାମ ସରିବାପରେ ଖୋଲା ଯିବ। ୩୦୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରେଳ ରାସ୍ତାକୁ ୨୩ ମାସରେ ସମ୍ପୂର୍ଣ୍ଣ କରାଯାଇଛି। ଏହି ଏକ୍ସପ୍ରେସ ଦ୍ୱାରା ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ସଡ଼କ ପଥ ଦୂରତା ୯ଘଣ୍ଟାରୁ ୫ଘଣ୍ଟାକୁ ହ୍ରାସ ପାଇବ।

 ଆଜିର ଉଦ୍‌ଘାଟନୀ ଅବସରରେ ବାୟୁସେନାର ୬ଟି ସୁଖୋଇ ଓ ମିରେଜ୍-2000 ଯୁଦ୍ଧ ବିମାନ ଗୋଟିଏ ପରେ ଗୋଟିଏ ରାସ୍ତାରେ ଅବତରଣ କରିଥିଲେ।