ସ୍ୱିସ୍‌ ଦମ୍ପତ୍ତିଙ୍କୁ ମରଣାନ୍ତ ଆକ୍ରମଣ ଘଟଣାରେ ୫ ନାବଳକ ଅଟକ

ଆଗ୍ରା: ସ୍ୱିଜରଲାଣ୍ଡ ଦମ୍ପତିଙ୍କୁ ଆକ୍ରମଣ ଘଟଣାରେ ଉତ୍ତରପ୍ରଦେଶ ପୋଲିସ ୫ ଜଣ ନାବାଳକଙ୍କୁ ଅଟକ ରଖିଛି। ଉକ୍ତ ଘଟଣାରେ ପୋଲିସ ସମ୍ପୃକ୍ତ ଅଟକ ନାବାଳକଙ୍କୁ ପଚରାଉଚରା ଜାରି  ରଖିଛି। ଏମାନେ ସମ୍ପୃକ୍ତ ଦମ୍ପତ୍ତିଙ୍କୁ ଆକ୍ରମଣ କରିଥିବା ସ୍ୱୀକାର କରିଛନ୍ତି। ପୋଲିସର କହିବା ଅନୁଯାୟୀ ସ୍ଥାନୀୟ ଅଞ୍ଚଳରେ ଏକ କ୍ଷୁଦ୍ର ଜଙ୍ଗଲରେ ଏହି ଦମ୍ପତି ଅନ୍ତରଙ୍ଗ ସହ ଥିବା ବେଳେ ଏହି ପିଲାମାନେ ଟେକାପଥର ମାଡ଼ କରିଛନ୍ତି। ଆକ୍ରମଣ କୌଣସି ଉଦ୍ଦେଶ୍ୟ ନ ଥିବା ବେଳେ ପିଲାମାନେ ଦୃଷ୍ଟାମି କରି ଏଭଳି କାଣ୍ଡ ଘଟାଇଥିବା ପୋଲିସ କହିଛି।

ସୂଚନାଯୋଗ୍ୟ ଯେ,  ଗତ ରବିବାର ଆଗ୍ରାଠାରୁ ୪୦ କିମି ଦୂର ଫତେପୁରସିକ୍ରି ଠାରେ ସ୍ୱିଜରଲାଣ୍ଡ ଦମ୍ପତି କ୍ୱେଣ୍ଟିମ୍‌ ଜେରେମି କ୍ଲର୍କ ଏବଂ ମେରି ଡ୍ରୋଜ୍‌ଙ୍କ ଉପରେ ଟେକାପଥର ମାଡ଼ ହୋଇଥିଲା। ଏଥିରେ କ୍ଲର୍କଙ୍କର ଖପୁରି ହାଡ଼ ଫାଟି ଯାଇଥିବାବେଳେ ତାଙ୍କ ବାନ୍ଧବୀ ମେରିଙ୍କ ଶରୀରର ବିଭିନ୍ନ ସ୍ଥାନରେ ହାଡ଼ ଭାଙ୍ଗି ଯାଇଥିଲା । ଏହାକୁ ନେଇ  ବିଦେଶୀ ପର୍ଯ୍ୟଟକମାନଙ୍କ ସୁରକ୍ଷାରେ ପ୍ରଶ୍ନବାଚୀ  ସୃଷ୍ଟି କରିଥିଲା। ଅଭିଯୁକ୍ତଙ୍କୁ ଗିରଫ ପାଇଁ ୟୁପି ସରକାର ନିର୍ଦ୍ଦେଶ ଦେଇଥିଲେ।