ମୁମ୍ବାଇ: ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଏମଆଇ-୧୭ର ଜାରୁରୀ ଅବତରଣ

iaf-emergency-landingମୁମ୍ବାଇ: ଭାରତୀୟ ବାୟୁ ସେନାର ଏମଆଇ-୧୭ ହେଲିକପ୍ଟର ବୁଧବାର ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଜରୁରିକାଳୀନ ଅବତରଣ କରିଛି। ଅପରାହ୍ନ ପ୍ରାୟ ୩ଟା ୪୦ ମିନିଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହାକୁ ଜରୁରୀ ଅବତରଣ କରିଥିଲା। ହେଲିକପ୍ଟରଟି ନିକଟସ୍ଥ ବିମାନବନ୍ଦରେ ଅବତରଣ କରିବାର ଥିଲା । ମାତ୍ର ପଛ ହ୍ୱିଲରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ହେଲିକପ୍ଟରଟିକୁ କମ୍ପ୍ଲେକ୍ସରେ ଅବତରଣ କରାଯାଇଥିଲା ବୋଲି ଭାରତୀୟ ବାୟୁସେନାର ଉଚ୍ଚପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି । ଏଥିରେ ଥିବା ୨ ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି ।