କୋଲକାତା ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନକୁ ଧକ୍କା ଦେଲା ସଟଲ୍ ବସ୍

କୋଲକାତା: କୋଲକାତା ବିମାନବନ୍ଦରରେ ଅଘଟଣ।  ଆଜି ସକାଳେ ବିମାନ ବନ୍ଦରରେ ଛିଡ଼ା ହୋଇଥିବା ଏୟାର ଇଣ୍ଡିଆର ଏକ ବିମାନ ସହ ଜେଟ୍ ଏୟାରୱେଜର ସଟଲ୍ ବସ୍ ଧକ୍କା ହୋଇଥିଲା। ତେବେ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ଦୁର୍ଘଟଣା ସମୟରେ ବିମାନଟିରେ କୌଣସି ଯାତ୍ରୀ ନ ଥିଲେ। ବସଟି ଭାରସାମ୍ୟ ହରାଇ ବିମାନ ସହ ପିଟି ହୋଇଥିବା କୁହାଯାଉଛି।