ଏୟାର ଇଣ୍ଡିଆରେ ଅଘଟଣ: ବିମାନ ଟେକ୍ ଅପ୍ କରିବା ସମୟରେ ୩ ଆହତ

ନୂଆଦିଲ୍ଲୀ: ବିମାନ ଟେକ୍ ଅପ୍ କରିବା ବେଳେ ବାହାରି ପଡ଼ିଲା ଝରକା କାଚ। ଅକ୍ସିଜେନ୍ ମାସ୍କ ମଧ୍ୟ ଖସି ପଡ଼ିଲା। କାଚ ଭାଙ୍ଗିଯିବା ଯୋଗୁଁ ୩ ଜଣ ଆହତ ହୋଇଛନ୍ତି। ଏୟାର ଇଣ୍ଡିଆ ଫ୍ଲାଇଟ୍‌ରେ ଏଭଳି ଅଘଟଣ ଘଟିଛି। ଗୁରୁବାର ପଞ୍ଜାବ ଅମୃତସରରୁ ଦିଲ୍ଲୀ ଯାଉଥିବା ବୋଇଂ ୭୮୭ ଡ୍ରିମ୍ ଲାଇନରେ ଏମିତି ଅଘଟଣ ଯୋଗୁ ୩ ଜଣ ଆହତ ହୋଇଛନ୍ତି।

କାଚ ବାଜିବାରୁ ଜଣେ ମହିଳାଙ୍କ ମୁଣ୍ଡ ଫାଟି ଯାଇଛି। ଏଭଳି ଘଟଣା ଯୋଗୁ ପ୍ରାୟ ୧୦ରୁ ୧୫ ମିନିଟ ଯାଏ ବିମାନରେ ଅସ୍ଥିରତା ସୃଷ୍ଟି ହୋଇଥିଲା। ଯାତ୍ରୀମାନେ ଏହାର ଭିଡିଓ ସେୟାର କରିଛନ୍ତି।  ଡିଜିସିଏ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।