ଏବେ ବସ୍‌ ପରି ବିମାନରେ ବି ଠିଆହୋଇ ଯାତ୍ରା କରିପାରିବେ

ନୂଆଦିଲ୍ଲୀ: ବସ୍‌ରେ କେବେ ନା କେବେ ଠିଆ ହୋଇ ଯାତ୍ରାର ଅନୁଭୂତି ସମସ୍ତଙ୍କର ଥିବ। କେହି କେହି ଏବେ ବି ମଝିରେ ମଝିରେ ସେପରି ସ୍ଥିତିରେ ଘରକୁ ଫେରୁଥିବେ। କିନ୍ତୁ ଭାବିଛନ୍ତି ବିମାନରେ ଆପଣ ଠିଆହୋଇ ଯାତ୍ରା କରିବେ? ଆଜ୍ଞା ହଁ ଗହଳି ପାଇଁ ନୁହେଁ ବିମାନରେ ଆଗୁଆ ବ୍ୟବସ୍ଥା ରହିବ। ଏହା ଖୁବ୍‌ ଶୀଘ୍ର ସମ୍ଭବ ହେବାକୁ ଯାଉଛି।

ଜର୍ମାନୀରେ ଏକ ଏୟାରକ୍ରାଫ୍ଟ ଇଣ୍ଟେରିଅର୍‌ ପ୍ରଦର୍ଶନୀରେ ଏଭଳି ଡିଜାଇନ୍‌ର ସିଟ୍‌ ସାମ୍ନାକୁ ଆସିଛି। ଏଥିରେ ଯଦିଓ ସମ୍ପୂର୍ଣ୍ଣ ଠିଆହେବାକୁ ପଡ଼ିବନି, ବସିବାର ମୂଦ୍ରା ଠିଆହେବା ପରି। ଏହାର ନାମ ସ୍କାଇରାଇଡର ୩.୦ ରଖାଯାଇଛି।


ଅଲ୍‌ଟ୍ରା ବେସିକ୍‌ ଇକୋନୋମି ଟିକେଟ୍‌ରେ ଦେଖନ୍ତୁ ଆପଣଙ୍କୁ ,ଭଳି ବସିବାର ସୁଯୋଗ ମିଳିବ। ଆଉ ହଁ ଏପରି ଖବର ଆସିବାର କିଛି ଘଣ୍ଟା ମଧ୍ୟରେ ଟ୍ୱିଟରରେ କ’ଣ ସବୁ ପ୍ରତିକ୍ରିୟା ଆସିଛି ମଧ୍ୟ ପଢ଼ିନିଅନ୍ତୁ।