କର୍ପୋରେଟ୍‌ ୱାର୍‌: ଏୟାରଟେଲ-ଜିଓ ମୁହାମୁହିଁ

ନୂଆଦିଲ୍ଲୀ: ଭାରତୀ ଏୟାରଟେଲ ବିରୋଧରେ ରିଲିଆନ୍ସ ଜିଓର ଅଭିଯୋଗ। କଶ୍ମୀରିରେ ଇଣ୍ଟରନେଟ ସେବା ଉପରେ ସରକାର କଟକଣା ଲାଗୁ କରିଛନ୍ତି। ହେଲେ ସରକାରୀ ନିର୍ଦ୍ଦେଶକୁ ଏୟାରଟେଲ ବେଖାତିର କରିଛି। ବାରଣ ସତ୍ତ୍ୱେ କଶ୍ମୀରିରେ ଏୟାରଟେଲ ପ୍ରି-ପେଡ ସେବା ଜାରି ରଖିଥିବା ଜିଓ ପକ୍ଷରୁ ଅଭିଯୋଗ ହୋଇଛି। ମେ’ ୨୯ରେ କଶ୍ମୀର ଆଇଜିଙ୍କ ନିକଟରେ ଏହି ଅଭିଯୋଗ ହୋଇଛି। ସରକାରୀ ନିର୍ଦ୍ଦେଶକୁ  ଅମାନ୍ୟ କରିଥିବାରୁ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜିଓ। ସେପଟେ ଏହି ଅଭିଯୋଗକୁ ଏୟାରଟେଲ ପକ୍ଷରୁ ଖଣ୍ଡନ କରାଯାଇଛି।

ଏହା ପୂର୍ବରୁ ଏୟାରଟେଲ ପକ୍ଷରୁ ଜିଓ ବିରୋଧରେ ଅଭିଯୋଗ କରାଯାଇ ଥିଲା।  ପ୍ରି ଏବଂ ପୋଷ୍ଟପେଡ ସେବାରେ ଜିଓ ଏପଟସେପଟ କରି ଲୋକଙ୍କୁ ସେବା ଯୋଗାଉ ଥିବା ଏୟାରଟେଲ ଅଭିଯୋଗ କରିଥିଲା। ଯାହା ଟ୍ରାଇର ନିୟମକୁ ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଥିଲା। ପ୍ରତିଶୋଧ ନେବାକୁ ଯାଇ ଜିଓ ଏୟାରଟେଲ ବିରୋଧରେ ଅଭିଯୋଗ କରିଥିବା କୁହାଯାଉଛି।