ଲୁହ ଭିଜା ଆଖିରେ ଶ୍ୱଶୁର ଘର ଛାଡ଼ିଲେ ଐଶ୍ୱର୍ଯ୍ୟା

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବୋହୂ ଐଶ୍ୱର୍ଯ୍ୟା ରାଏ ଶେଷରେ ଲୁହ ଭିଜା ଆଖିରେ ଶ୍ୱଶୁର ଘର ଛାଡ଼ିଛନ୍ତି। ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ବିବାହ କରିଥିବା ଏଶ୍ୱର୍ଯ୍ୟାଙ୍କ ଦାମ୍ପତ୍ୟ ଜୀବନ ଆରମ୍ଭରୁ ହିଁ ଭଲ ନଥିଲା।

ଏପରି କି ଛାଡ଼ପତ୍ର ପାଇଁ ମଧ୍ୟ ଐଶ୍ୱର୍ଯ୍ୟା ଆବେଦନ କରିଥିଲେ। ଏହା ସତ୍ତ୍ୱେ ସେ ଲାଲୁଙ୍କ ପତ୍ନୀ ରାବ୍ରୀ ଦେବୀଙ୍କ ବାସଭବନରେ ରହୁଥିଲେ। ହେଲେ ଆଜି ସେ ଲୁହ ଭିଜା ଆଖିରେ ତାଙ୍କ ବାପା ଚନ୍ଦ୍ରିକା ରାଏଙ୍କ ଗାଡ଼ିରେ ବସି ନିଜ ଘରକୁ ଚାଲି ଯାଇଛନ୍ତି।

୨୦୧୮ ମସିହା ମେ’ ମାସରେ ତେଜ ଓ ଐଶ୍ୱର୍ଯ୍ୟା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହାର କିଛି ମାସରେ ଉଭୟ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ତେଜ ପ୍ରତାପ ଡ୍ରଗ୍ସ ନେଉଥିବା ପତ୍ନୀ ଐଶ୍ୱର୍ଯ୍ୟା ମଧ୍ୟ ଅଭିଯୋଗ କରିଛନ୍ତି।