ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସରେ ଦୁଃସାହସିକ କଳା ପ୍ରଦର୍ଶନ

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନାର ୮୫ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଉତ୍ତରପ୍ରଦେଶର ଗାଜିଆବାଦର ହିଣ୍ଡନ ଏୟାର ଫୋର୍ସ ବେସରେ ବାୟୁସେନା ପକ୍ଷରୁ ବିଭିନ୍ନ କାଯର୍ୟକ୍ରମ କରାଯାଇଥିଲା। ଏହି ଅବସରରେ ଆଇଏଏଫର ସୂର୍ଯ୍ୟ କିରନ୍ ଏରୋବେଟିକ୍ ଟିମ୍ ଆକାଶମାର୍ଗରେ ନିଜର ଦୁଃସାହସିକ କଳା କୌଶଳ ପ୍ରଦର୍ଶନ କରିଛନ୍ତି। ଏହାସହ ଲାଇଟ କମ୍ବାଟ ଏୟାରକ୍ରା ତେଜସ ତରଫରୁ ମଧ୍ୟ ବିଭିନ୍ନ କଳା ପ୍ରଦର୍ଶନ କରାଯାଉଛି। ଏହି ଅବସରରେ ଭାରତୀୟ କ୍ରିକେଟ ଟିମ୍‌ର  ପୂର୍ବତନ ଅଧିନାୟକ ତଥା ଗ୍ରୁପ କ୍ୟାପଟେନ ସଚିନ ତେନ୍ଦୁଲକର ମଧ୍ୟ ଉପସ୍ଥିତ ଥିଲେ।  ୧୯୩୨ ମସିହା ଆଜିର ଦିନରେ ଭାରତୀୟ ବାୟୁସେନାର ପ୍ରତିଷ୍ଠା ହୋଇଥିଲା। ୧୯୩୨ ଆଇଏଏଫ୍ ଅନୁଯାୟୀ ରୟାଲ ଏୟାର ଫୋର୍ସ ସହ ଭାରତୀୟ ବାୟୁସେନାକୁ ମିଶ୍ରଣ କରାଯାଇଥିଲା।