ଅଜୟ କୁମାର ଭଲ୍ଲା ହେବେ ପରବର୍ତ୍ତୀ ଗୃହ ସଚିବ

ନୂଆଦିଲ୍ଲୀ: କେନ୍ଦ୍ର ଶକ୍ତି ସଚିବ ଭାବେ କାର୍ଯ୍ୟ କରୁଥିବା ଅଜୟ କୁମାର ଭଲ୍ଲାଙ୍କୁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଫିସର ଇନ୍‌ ସ୍ପେଶାଲ ଡ୍ୟୁଟି ବା ଓଏସ୍‌ଡି ଭାବେ ନିଯୁକ୍ତି ମିଳିଛି। ସେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପରବର୍ତ୍ତୀ ସଚିବ ହେବେ।

ଆସନ୍ତା ଅଗଷ୍ଟ ୩୧ରେ ବର୍ତ୍ତମାନ ଗୃହ ସଚିବ ଭାବେ କାର୍ଯ୍ୟ କରୁଥିବା ରାଜୀବ ଗୌବା ଅବସର ଗ୍ରହଣ କରିବେ। ଏହା ପରେ ଶ୍ରୀ ଭଲ୍ଲାଙ୍କୁ ଏହି ଦାୟିତ୍ୱ ମିଳିବ।

୧୯୮୧ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଶ୍ରୀ ଭଲ୍ଲା ଆସାମ-ମେଘାଳୟା କ୍ୟାଡର। ସେ ଗୌବା ଅବସର ନେବା ଯାଏ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଓଏସ୍‌ଡି ଭାବେ କାର୍ଯ୍ୟ କରିବେ। ୨୦୨୧ ଅଗଷ୍ଟ ଯାଏ ଶ୍ରୀ ଭଲ୍ଲା ସ୍ୱରାଷ୍ଟ୍ର ସଚିବ ରହିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।
ସରକାର ଆଜି ଗୁଜରାଟ କ୍ୟାଡର ତଥା ୧୯୮୫ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଅତୁନ ଚକ୍ରବର୍ତ୍ତୀଙ୍କୁ ଅର୍ଥନୀତିକ ବ୍ୟାପାରର ନୂଆ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ଏସ୍‌ସି ଗର୍ଗଙ୍କୁ ଶକ୍ତି ସଚିବ ଦାୟିତ୍ୱ ମିଳିଛି।