ଜେଲ୍‌ରୁ ମୁକୁଳିଲେ ସଞ୍ଜୟ ଦତ୍ତ

ପୁନେ: ଜେଲ୍‌ରୁ ମୁକୁଳିଲେ ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ। ଉତ୍ତମ ଆଚରଣ ପ୍ରଦର୍ଶନ ଯୋଗୁଁ ତାଙ୍କୁ ବାକିଥିବା ୮ ମାସ ୧୭ ଦିନ ପୂର୍ବରୁ ମୁକ୍ତ କରାଯାଇଛି। ସଞ୍ଜୟଙ୍କୁ ଦେଖିବା ପାଇଁ ୟେରୱାଡା ଜେଲ୍‌ ଆଗରେ ପ୍ରବଳ ଗହଳି ଲାଗିଥିଲା। ଜେଲରୁ ବାହାରିଲା ପରେ ସେ ହାତ ହଲାଇ ତାଙ୍କ ପ୍ରଶଂସକମାନଙ୍କୁ  କୃତଜ୍ଞତା ଜଣାଇଥିଲେ।  ଜେଲ୍‌ରୁ ବାହାରିବା ସମୟରେ ତାଙ୍କ ହାତରେ  କିଛି ବହି ସହ ଏକ ବ୍ୟାଗ୍ ପକାଇଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ସଞ୍ଜୟକୁ ନେବା ପାଇଁ ଜେଲ୍ ଆଗରେ ଅପେକ୍ଷା କରି ରହିଥିଲେ।

୧୯୯୩ ବମ୍ୱେ ବିସ୍ଫୋରଣ ବେଳେ ବେଆଇନ୍ ଭାବେ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ସଞ୍ଜୟଙ୍କୁ ୫ ବର୍ଷ ଜେଲ ଦଣ୍ଡ ହୋଇଥିଲା। ସେ ମହାରାଷ୍ଟ୍ରର ୟେରୱାଡା ଜେଲ୍‌ରେ ସଜା କାଟୁଥିଲେ। ୫ ବର୍ଷ ଜେଲ ଦଣ୍ଡ ମଧ୍ୟରୁ  ସେ  ୪୨ ମାସ  ଜେଲ୍‌ର ଚାରିକାନ୍ଥ ଭିତରେ ବିତାଇ ସାରିଛନ୍ତି।