ଆଜି କାର୍ଗିଲ ବିଜୟ ଦିବସ

ନୂଆଦିଲ୍ଲୀ: ଆଜି କାର୍ଗିଲ ବିଜୟ ଦିବସ। ୧୯୯୯ ମସିହା ଆଜିର ଦିନରେ ପାକ୍‌ ସେନାକୁ କଡ଼ା ଜବାବ ଦେଇ ଏଲ୍‌ଓସିକୁ ନିଜ କବଜାକୁ ନେଇଥିଲେ ଭାରତୀୟ ଯବାନ। ଆଉ ଉଡାଇଥିଲା ବିଜୟର ବାନା। ଏହି ଯୁଦ୍ଧରେ ସହିଦ ହୋଇଥିଲେ ଅନେକ ଭାରତୀୟ ଯବାନ। ଦେଶମାତୃକାର ରକ୍ଷା ପାଇଁ ସହିଦ ହୋଇଥିବା ଯବାନମାନଙ୍କୁ ଆଜି ସାର ସାରା ଦେଶ ଶ୍ରଦ୍ଧାଞ୍ଜଳି ଜଣାଇଛି।