ନେତାଜୀଙ୍କ ସମ୍ପର୍କିତ ୧୦୦ଟି ଗୁପ୍ତ ଫାଇଲ୍ ସାର୍ବଜନୀନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକ। ଏହି ଅବସରରେ ତାଙ୍କ ସମ୍ପର୍କିତ ସମସ୍ତ ୧୦୦ଟି ଗୁପ୍ତ ଫାଇଲ ସାର୍ବଜନୀନ କରିଛନ୍ତି କେନ୍ଦ୍ର ସରକାର। ଫାଇଲ ସାର୍ବଜନୀନ ହେବା ପରେ ନେତାଜୀଙ୍କ ମୃତ୍ୟୁ ରହସ୍ୟର ଗୁମର ଫିଟିବା ନେଇ ଆଶା କରାଯାଉଛି। ଗତବର୍ଷ ଅକ୍ଟୋବର ୧୪ରେ ନେତାଜୀଙ୍କ ପରିବାରର ୩୫ ଜଣ ସଦସ୍ୟ ମୋଦିଙ୍କୁ ସରକାରୀ ବାସଭବନରେ ଭେଟି ଏନେଇ ପ୍ରସ୍ତାବ ରଖିଥିଲେ। ଗତବର୍ଷ ନେତାଜୀଙ୍କ ସଂପର୍କିତ ୬୪ଟି ଫାଇଲକୁ ସାର୍ବଜନୀନ କରିଥିଲେ ପଶ୍ଚିମବଙ୍ଗ ସରକାର। ଏଥିରୁ ନେତାଜୀଙ୍କ ରହସ୍ୟଜନକ ଅନ୍ତର୍ଦ୍ଧାନ ସଂପର୍କରେ ଅନେକ ଗୁପ୍ତ ତଥ୍ୟ ସାମନାକୁ ଆସିଥିଲା।