ଶ୍ରୀହରିକୋଟାରୁ ସଫଳତାର ସହ ଉତକ୍ଷେପଣ ହେଲା ଆଇଆରଏନ୍ଏସ୍ଏସ୍ ୱାନ୍-ଇ

ଶ୍ରୀହରିକୋଟା: ସଫଳତାର ସହ ଉତକ୍ଷେପଣ ହୋଇଛି ଭାରତର ପଞ୍ଚମ ନାଭିଗେସନ୍ ସାଟେଲାଇଟ୍ ଆଇଆରଏନ୍ଏସ୍ଏସ୍ ୱାନ୍-ଇ। ଇସ୍ରୋ ପକ୍ଷରୁ ଆଜି ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ପିଏସ୍ଏଲଭି ସି-୩୧ ସାହାଯ୍ୟରେ ଏହାକୁ ଉତକ୍ଷେପଣ କରାଯାଇଛି। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ସାଟେଲାଇଟ୍ ନିର୍ଭୁଲ ଜିପିଏସ୍ ବ୍ୟବସ୍ଥା ଦିଗରେ ଇସ୍ରୋର ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଆଇଆରଏନ୍ଏସ୍ଏସ୍ ସିରିଜର ଏହା ପଞ୍ଚମ ଉପଗ୍ରହ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇ ଟ୍ୱିଟ୍ କରିଛନ୍ତି।