ଆଇଟି କମ୍ପାନୀରେ ଚଡ଼କ: ୱିପ୍ରୋ ମାଲିକଙ୍କ ଦରମା କେତେ କଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ୱିପ୍ରୋ ଅଧ୍ୟକ୍ଷ ଅଜିମ ପ୍ରେମଜୀଙ୍କ ଦରମା କାଟ। ସେ ପାଉଥିବା ଦରମାରୁ ଏ ବର୍ଷ  ୬୩ ପ୍ରତିଶତ ହ୍ରାସ କରାଯାଇଛି । ଆଇଟି ଜାଏଣ୍ଟ ଅଜିମ ପ୍ରେମଜୀ ପୂର୍ବ ଆର୍ଥିକ ବର୍ଷରେ ବାର୍ଷିକ ୩,୨୭,୯୯୩ ଆମେରିକା ଡଲାର ପାଉଥିଲେ। ଯାହା ଭାରତୀୟ ମୁଦ୍ରାରେ ୨.୧୭ କୋଟି ଟଙ୍କା ହେବ। ହେଲେ ଏ ବର୍ଷ ୬୩ ପ୍ରତିଶତ ହ୍ରାସ ପାଇ ତାଙ୍କ ଦରମାରୁ ୭୯ ଲକ୍ଷ ଟଙ୍କା ହ୍ରାସ କରାଯାଇଛି।

ଚଳିତ ବର୍ଷ ଆର୍ଥିକ ମାନ୍ଦାବସ୍ତା ପାଇଁ ଆଇଟି ସେକ୍ଟରରେ ଚଡ଼କ ପଡ଼ିଛି। ବହୁ କମ୍ପାନୀ କ୍ଷତି ସହିବାରୁ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଛି। କମ୍ପାନୀର ଆଶାନୁରୂପକ ପ୍ରଗତି ନ ହେବାରୁ ଅନେକ କମ୍ପାନୀର ସିଇଓଙ୍କ ଦରମା ହ୍ରାସ କରାଯାଇଛି। ତେବେ ଏହି ତାଲିକାରେ  ଅଜିମ ପ୍ରେମଜୀ ମଧ୍ୟ ସାମିଲ ହୋଇଛନ୍ତି।