ମାଲାୟାଲମ ଲେଖକ ଆକବରଙ୍କ ପରଲୋକ

akbarକୋଝିକୋଡ଼େ: ମାଲାୟାଲମ ଭାଷାର ବିଶିଷ୍ଟ ଔପନ୍ୟାସିକ ତଥା ଗାଳ୍ପିକ ଆକବର କାକ୍କାତ୍ତିଲଙ୍କ ବୁଧବାର ସକାଳେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଫୁସ୍‌ଫୁସ୍‌ ଜନିତ ରୋଗରେ ପୀଡ଼ିତ ଥିଲେ। କୋଝିକୋଡେ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା।

ଆକବର ମୋଟ ୫୪ଟି ପୁସ୍ତକ ଲେଖିଥିଲେ। ଏଥି ମଧ୍ୟରେ ରହିଛି ୪ଟି ଉପନ୍ୟାସ, ୨୭ଟି କ୍ଷୁଦ୍ର ଗଳ୍ପ, ୬ଟି ପ୍ରବନ୍ଧ, ୭ଟି ଉପନ୍ୟାସିକା ଓ ଗୋଟିଏ ନାଟକ ପୁସ୍ତକ।

ସେ ଦୁଇ ଥର କେରଳ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ସେ କେରଳ ସାହିତ୍ୟ ଏକାଡେମୀର ଉପସଭାପତି ଥିଲେ। ସେ ନ୍ୟାସ୍‌ନାଲ୍ ବୁକ୍ ଟ୍ରଷ୍ଟର ମାମଲାୟଲମ ପରାମର୍ଶଦାତା ପ୍ୟାନେଲ୍‌ର ସଦସ୍ୟ ମଧ୍ୟ ଥିଲେ।