ପାଦ ଛୁଇଁଲେ ଅଖିଳେଶ, କିଛି ନ କହି ଚାଲି ଗଲେ ମୁଲାୟମ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ଶୋଚନୀୟ ପରାଜୟ ହୋଇଛି। ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବାକୁ ଓ ହୋଲିର ଶୁଭକାମନା ଜଣାଇବାକୁ ଗତକାଲି ଜନେଶ୍ୱର ମିଶ୍ର ଟ୍ରଷ୍ଟ (ଏସ୍‌ପିର ଦଳୀୟ କାର୍ଯ୍ୟାଳୟ)ରେ ପହଞ୍ଚିଥିଲେ ଅଖିଳେଶ ଯାଦବ। ସେ ଦଳର ମୁଖପାତ୍ର ରାଜେନ୍ଦ୍ର ଚୌଧରୀଙ୍କ ସହିତ କଥା ହେଉଥିଲେ। ସେ ଆସିବାର ପ୍ରାୟ ୧୫ ମିନିଟ୍‌ ପରେ ସେଠାରେ ଆସି ପହଞ୍ଚିଲେ ତାଙ୍କ ବାପା ମୁଲାୟମ ସିଂହ ଯାଦବ। ମୁଲାୟମ ଜାଣି ନ ଥିଲେ ଯେ ଅଖିଳେଶ ସେଠାକୁ ଆସିଥିବେ ବୋଲି। ମୁଲାୟମ ଯେମିତି ଭିତରେ ପହଞ୍ଚିଲେ ସେଠାରେ ପୂର୍ବରୁ ଉପସ୍ଥିତ ଅଖିଳେଶ ତାଙ୍କ ପାଦ ଛୁଇଁ ପ୍ରଣାମ କଲେ। କିନ୍ତୁ ମୁଲାୟମ କିଛି ନ କହି ସେଠାରୁ ଚାଲି ଯାଇଥିଲେ। ସେ ସେଠାରେ ଉପସ୍ଥିତ ଦଳୀୟ କର୍ମୀଙ୍କୁ ହୋଲିର ଅଭିନନ୍ଦନ ଜଣାଇ ୫ ମିନିଟ୍ ମଧ୍ୟରେ ଘରକୁ ଫେରି ଯାଇଥିଲେ।