ଅଖିଳେଶ ୟୁପିର ବିନାଶର କାରଣ: ମୋଦି

ଲକ୍ଷ୍ନୌ: ୟୁପିର ଗାଜିଆବାଦ୍‌ରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ଅଖିଳେଶ ଉତ୍ତରପ୍ରଦେଶ ବିନାଶର କାରଣ ବୋଲି ମୋଦି କହିଛନ୍ତି। ରାଜନାଥ ସିଂ ଓ କଲ୍ୟାଣ ସିଂଙ୍କ ସମୟର କାର୍ଯ୍ୟାକାଳ ସଂପର୍କରେ ମୋଦି ଆଲୋଚନା କରିବା ସହ ଏବେ ୟୁପିର ଆଇନ୍‌ ବ୍ୟବସ୍ଥାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି।

ମୋଦି କହିଛନ୍ତି,“ୟୁପି ସରକାର ଗୁଣ୍ଡାଙ୍କୁ ପାଳିଛି। ଏଥିପାଇଁ ଏଠାରେ ମା’ଭଉଣୀମାନେ ସୁରକ୍ଷିତ ନୁହନ୍ତି। କଲ୍ୟାଣ ସିଂ ଓ ରାଜନାଥ ସିଂଙ୍କ ଶାସନ ସମୟରେ ଗଣ୍ଡାମାନେ ଜେଲରେ ରହୁଥିଲେ।”

ସଭାରେ ମୋଦି ମୁଲାୟମ ସିଂଙ୍କ ଉପରେ ନରମଭାବ ପ୍ରକାଶ କରି ମୁଁ ମୁଲାୟମ ସିଂଙ୍କୁ ସମ୍ମାନ କରେ ବୋଲି କହିଥିଲେ।

ଏହାସହ ବେକାରୀ ସମସ୍ୟାକୁ ନେଇ ମଧ୍ୟ ମୋଦି ଅଖିଳେଶଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ୟୁପିରେ ବହୁ ସଂଖ୍ୟାରେ ଶିକ୍ଷିତ ଯୁବତୀଯୁବକ କାମ ନ ପାଇ ବେକାର ହୋଇ ବୁଲୁଛନ୍ତି।”