ସପା ମୁଖିଆ ହେଲେ ଅଖିଳେଶ: ନିର୍ଦ୍ୱନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ

ଲକ୍ଷ୍ନୌ: ନିର୍ଦ୍ୱନ୍ଦ୍ୱରେ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ସଭାପତି ଭାବେ ମନୋନିତ ହୋଇଛନ୍ତି ଅଖିଳେଶ ଯାଦବ। ଆଗ୍ରାରେ ଆୟୋଜିତ ସପାର ଜାତୀୟ କାର୍ଯ୍ୟକାରିଣୀରେ ଏପରି ନିଷ୍ପତ୍ତି ନିଆଯାଇଛି। ଦଳର ସମସ୍ତ ବରିଷ୍ଠ ନେତା ଓ ସଦସ୍ୟ ସର୍ବ ସମ୍ମତି କ୍ରମେ ଅଖିଲେଶଙ୍କୁ ନିଜ ସମର୍ଥନ ଜଣାଇଥିଲେ। ସଭାପତି ଭାବେ ମନୋନିତ ହେବା ନେଇ ଦଳର ବରିଷ୍ଠ ନେତା ତଥା କକା ରାମ ଗୋପଳ ଯାଦବ ସୂଚନା ଦେଇଛନ୍ତି।

୨୦୧୯ ଲୋକସଭା ନିର୍ବାଚନ ଓ ୨୦୨୨ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ  ଅଖିଳେଶଙ୍କ ନେୃତତ୍ୱରେ ଲଢିବ ଦଳ। ଏହାସହ ଅଖିଳେଶଙ୍କ ନିକଟତର କୁହାଯାଉଥିବା, ନରେଶ ଉତ୍ତମଙ୍କୁ ରାଜ୍ୟ ସଭାପତି ଭାବେ ମନୋନିତ କରାଯାଇଛି। ପୂର୍ବରୁ ଦଳର ସଭାପତି ପଦକୁ ନେଇ ବିବାଦ ଦେଖାଦେଇଥିଲା। ଚଳିତବର୍ଷ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଦଳରେ ସଭାପତି ଦୌଡ଼କୁ ନେଇ ବାପା ମୁଲାୟମ ଓ ଅଖିଳେଶଙ୍କ ମଧ୍ୟରେ ଟଣାଓଟଣା ହୋଇଥିଲା। ଶେଷରେ ମୁଲାୟମ ଓ କକା ଶିବପାଳ ଯାଦବଙ୍କୁ କୋଣଟେସା କରି ସଭାପତି ଗାଦିକୁ ଅଧିକୃତ କରିଥିଲେ ଅଖିଳେଶ।