ନିର୍ବାଚନ ପରେ ବଜେଟ୍‌ ଆଗତ କରିବାକୁ ପ୍ରଧାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅଖିଳେଶ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ନିର୍ବାଚନ ଶେଷ ନ ହେବା ପର୍ଯ୍ୟନ୍ତ ବଜେଟ୍‌ ଆଗତ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦାବି କରିଛନ୍ତି।

ସେ ଲେଖିଛନ୍ତି,“ଯଦି ନିର୍ବାଚନ ପୂର୍ବରୁ ବଜେଟ୍‌ ଆଗତ ହୁଏ ତା’ହେଲେ ୟୁପି ପାଇଁ କୌଣସି ଯୋଜନା ଘୋଷଣା କରିବା ସମ୍ଭବ ହେବ ନାହିଁ। ଫଳରେ ୟୁପିକୁ ଅନେକ କ୍ଷତି ସହିବାକୁ ପଡ଼ିବ।”

ସେ ଆହୁରି ଲେଖିଛନ୍ତି,“ଦେଶରେ ବସବାସ କରୁଥିବା ଅଧିବାସୀଙ୍କ ଏକ ବୃହତ୍ତ ଅଂଶ ୟୁପିରେ ବସବାସ କରନ୍ତି। ନିର୍ବାଚନ ପୂର୍ବରୁ ସଂସଦରେ ସାଧାରଣ ଓ ରେଳ ବଜେଟ୍‌ ଉପସ୍ଥାପନ ହେଲେ ୟୁପିକୁ କୌଣସି ବିଶେଷ ଲାଭ ଅବା ଯୋଜନା ମିଳିବ ନାହିଁ। ଆଉ ଏହା ସିଧାସଳଖ ୟୁପିର ବିକାଶକୁ ପ୍ରଭାବିତ କରିବ। ରାଜ୍ୟର ୨୦କୋଟି ଅଧିବାସୀଙ୍କ ହିତକୁ ଏହା ପ୍ରଭାବିତ କରିବ।”

ଅଖିଳେଶ ଯୁକ୍ତି ବାଢ଼ିଛନ୍ତି ଯେ ୨୦୧୨ରେ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଯୋଗୁ କେନ୍ଦ୍ର ସରକାର ବଜେଟ୍ ତାରିଖକୁ ଘୁଞ୍ଚାଇ ଦେଇଥିଲେ। ନିର୍ବାଚନ ପରେ ବଜେଟ୍ ଉପସ୍ଥାପନ କରାଯାଇଥିଲା।

ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟ ପାଇଁ ବଜେଟ୍‌ର କୌଣସି ବିଶେଷ ଘୋଷଣା ନ କରିବାକୁ ପାଇଁ ନିର୍ବାଚନ କମିଶନ କେନ୍ଦ୍ରକୁ କହିଛନ୍ତି। ଫେବ୍ରୃଆରୀ ୧ରେ ବଜେଟ୍‌ ଆଗତ କରିବା ପାଇଁ ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କୁ ମଞ୍ଜୁରୀ ଦେଇଛନ୍ତି।

ପଞ୍ଜାବ ଓ ଗୋଆରେ ମତଦାନ ଫେବ୍ରୃଆରୀ ୪ରେ ଆରମ୍ଭ ହେବାକୁ ଥିବା ବେଳେ ଉତ୍ତରପ୍ରଦେଶରେ ଫେବ୍ରୃଆରୀ ୧୧ରୁ ହେବ। ୫ଟି ରାଜ୍ୟର ଫଳାଫଳ ମାର୍ଚ୍ଚ ୧୧ରେ ଘୋଷଣା କରାଯି