ଏପରି ମିଛ କହୁଥିବା ପ୍ରଧାନମନ୍ତ୍ରୀ ମୁଁ ସପ୍ନରେ ଦେଖିନାହିଁ: ଅଖିଳେଶ

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ କଥାକୁ କପି କରୁଛନ୍ତି। ଏପରି କେହି  ନାହାନ୍ତି ଛୋଟ ବେଳେ କାହା କଥା କପି କରିନାହାନ୍ତି। ସମସ୍ତେ ଅଳ୍ପ ବହୁତ କପି କରିଥାନ୍ତି। ଆଜି ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କଲା ବେଳେ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହା କହିଛନ୍ତି।

ସେ କହିଛନ୍ତି, “ଏପରି ମିଛ କହୁଥିବା ପ୍ରଧାନମନ୍ତ୍ରୀ ମୁଁ ସପ୍ନରେ ଦେଖି ନାହିଁ। ଆପଣମାନେ ଯଦି ଦେଖିଛନ୍ତି ତାହା ହେଲେ କୁହନ୍ତୁ।”

ଅଖିଳେଶ ଆହୁରି କହିଛନ୍ତି,“ବିମୁଦ୍ରାକରଣ ଦ୍ୱାରା ଲୋକମାନଙ୍କର ଉପକାର ହୋଇଛି ବୋଲି ମୋଦି କହୁଛନ୍ତି। କ’ଣ ଲୋକମାନଙ୍କ ଉପକାର ହୋଇଛି ସେ କହିବେ କି?

ମୋଦି ଟିଭି, ରେଡିଓ ଓ ସବୁ ଜାଗାରେ ‘ମନ କି ବାତ୍‌’ କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କେହି ବିଜେପିର ‘ମନ କି ବାତ’ ଜାଣି ନାହାନ୍ତି ବୋଲି ଅଖିଳେଶ ଅଭିଯୋଗ କରିଛନ୍ତି।