୩୦ କିମି ଉଡ଼ିଲା ପରେ ଖସିପଡ଼ିଲା ସେନା ବିମାନ: ଚାଲିଗଲା ୨୫୭ ଯବାନଙ୍କ ଜୀବନ

ଆଲଜେରିଆରେ ସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୫୭ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ସେନାବାହିନୀର ଯବାନ ଥିବା ଜଣାପଡିଛି। ଅଲଜେରିସର ବୋଫରିକ୍ ମିଲିଟାରୀ ବେସରୁ ସେନାର ଏହି ବିମାନଟି ଉଡାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୩୦ କିଲୋମିଟର ଦୂରରେ ଏହି ବିମାନ ଏକ ଚାଷ ଜମିରେ ଯାଇ ପଡିଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ। ବିମାନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ସେନାବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣାପରେ ଏହି ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଂକା କରାଯାଉଛି। ବିମାନଟି ସେନାର ଯବାନଙ୍କୁ ନେଇ ବୋଫରିକ ଘାଟିରୁ ଉଡାଣ ଆରମ୍ଭ କରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।