ଆଲଜେରିଜ୍ ସେନାର  ସଫଳତା:୨୨ ଆତଙ୍କବାଦୀ ନିହତ

ଆଲଜେରିଜ୍ : ଆଲଜେରିଜ୍ ସେନା ଉତ୍ତରଭାଗ ବୋଇରିରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ସାମିଲ ହୋଇ ୨୨ ଜଣ ଆତଙ୍କବାଦୀଙ୍କୁ ଗୁଳି କରି ମାରିଛି । ୨୦ ବର୍ଷ ମଧ୍ୟରେ ଏହା ଆତଙ୍କବାଦୀ ବିରୋଧରେ ସବୁଠାରୁ ବଡ ଅଭିଯାନ ବୋଲି ସେନା କହିଛି । ଏକ ରିପୋର୍ଟ ଅନୁସାରେ, ସେନା ଇସଲାମିକ୍ ମାଘେରେବ୍ (ଏକ୍ୟୁଆଇଏମ୍) ଅଲକଏଦା ସହ ଜଡିତ ଥିବା ୩୦  ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରିଥିଲା,ଯେଉଁଥିରେ ୨୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଆତଙ୍କବାଦୀମାନେ  ଖସି ପଳାଇଥିଲେ। ସେମାନଙ୍କୁ ଧରିବା ପାଇଁ ଖାନତଲାସି ଚାଲିଛି।

ଏହି ଅଭିଯାନରେ ସେନା ବହୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରିଛି । ସେନାର ଏକ ଅଧିକାରୀ ସୂଚନା ଦେଇଛନ୍ତି ଯେ,ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଯୋଜନା କରୁଥଲେ।